Du er ikke logget ind
Beskrivelse
ଭ୍ରଷ୍ଟ ନ ହେଲେ ଶବ୍ଦ କି ଶବ୍ଦ ! ଶବ୍ଦପକ୍ଷୀ ପାଇଁ ଗଢା ହୋଇନାହିଁ ପଂଜୁରୀ ।
ଶବ୍ଦ ନିରବ କିନ୍ତୁ ସ୍ଫୋଟ । ଅଂଧାରରେ ହିଁ ଚିତ୍ରଲୋକ ।
କାଳ ଡାକୁଛି ଦୁଆରରେ, ଦେବାକୁ ହେବ ପାଉଣା ।
ଏ ପୃଷ୍ଠାରେ ପୃଥିବୀ ବିଦୀର୍ଣ୍ଣ,
ଆର ପୃଷ୍ଠାରେ ଇଂଦ୍ରଧନୁର ବର୍ଣ୍ଣିଳ ଆକାଶ ।
ଚଉକାଠରେ କବି ଚିରକାଳ, ଦୁଆର ଏପଟେ ଗଭୀର ରାତିର ବିକଟାଳ ଧ୍ୱନି, ସେ ପଟେ ସମୁଦ୍ରର ଆଦିଗନ୍ତ ନିରବତା ।
ଦ୍ୱାର ପାଖରେ ଲହ ଲହ ସ୍ପର୍ଶାତୁର ଯୋଗିନୀର ଜାନୁ । ନିରବତାର ଚିରାଂଶୁ କ୍ରୋଞ୍ଚ ପକ୍ଷୀକୁ ଓଟାରି ଆଣେ ନିଷାଦ ପରି ଶବାଧାରକୁ । ଦିଗନ୍ତ ବ୍ୟାପୀ ସୂକ୍ଷ୍ମତାରେ ଝଟକୁଥାଏ ଆଲୁଅ ଅଂଧାର । କେଉଁ ଅନାଗତ ଗର୍ଭାଶୟରେ ଉଦଗମିତ ହୁଏ କବିର ଭ୍ରୁଣ, କାଳ କାଳ ମହାକାଳ ଗଢୁଥାଏ ତାକୁ । ମଇଁଷି ରଙ୍ଗର ଛାଇ, ପାଦର ପାଉଁଜି, ଶିଖା ପରି ଦେହରେଣୁ, କିଏ ଗୋ ତୁ, ପଚାରେ କବି । ସ୍ତନାଗ୍ରରେ ତୋର, ମୋର ପୁରୁଷାର୍ଥର ପାପ, ଅକ୍ଷମତାର ଅମୃତ ।
ଶୁଭୁଛି ରହି ରହି ସେ ଅନାଥିନୀ ବୁଢୀର କାନ୍ଦଣାର ଗୀତ, ସୁନ୍ଦର ଗୋଧୂଳି ।
ସରିଗଲା ସବୁ ମଂତ୍ର, ଲିଭିଗଲା ହୋମାଗ୍ନି, ପ୍ରଜାପତିମାନେ ଅବୋଧ ରହିଗଲେ କବିତା,
ମହାଶୂନ୍ୟ ନିରବତା, ଶୁଷ୍କପ୍ରାଣ ଆକୁଳତା, କବିତା କବିତା ।
ଅପୂର୍ଣ୍ଣତାରେ ବହ୍ନିଥାଏ, ଥାଏ କବିତା, ଅହରହ ଝଟକୁଥାଏ ।
ଅପୂର୍ଣ୍ଣତାର ବହ୍ନି ସୃଜେ କିଏ ?
କୁହୁଡ଼ିରେ ଆସ୍ତରିତ କରେ କିଏ ଜୀବନର ମାନଚିତ୍ର ? କେତେ ପ୍ରେମରେ ଗଢିହୁଏ ପୃଥିବୀ ? ଆକାଶ କଣ ପ୍ରେମର ପରିସୀମğ